ଉତ୍କଳୀୟ କଳା ଓ ସଂସ୍କୃତିକୁ ଯେଉଁ କେତେଜଣ ପ୍ରତିଭାଧର ମନିଷୀମାନେ ରୁଦ୍ଧିମନ୍ତ କରିଛନ୍ତି , ବିଶେଷତଃ ଓଡିଆ ମଂଚନାଟକ ଓ ସଂଗୀତର ସୁବର୍ଣ ଯୁଗରେ ଯାହାଂକର ଅବଦାନ ଅନସ୍ଵୀ କାର୍ଯ ସେମାନଂକ ମଧ୍ୟରେ ଏକ ଅବିସ୍ମରଣୀୟ ନାମ ମଂଚଶ୍ରୀ କିଶୋରକବି ଶ୍ୟାମସୁନ୍ଦର ଦାସ

''''''ମଂଚଶ୍ରୀ କିଶୋରକବି ଶ୍ୟାମସୁନ୍ଦର ଦାସଂକ ଜୀବନୀ''''''   

ଓଡ଼ିଶାର ପୁରାତନ ରାଜଧାନୀ ତଥା ସସ୍କୃତି ସଂପନ୍ନ ସହର କଟକ ନଗରୀର ଜଗନ୍ନାଥ ବଲ୍ଲଭରେ ୧୯୧୬ ମସିହା ସେପ୍ଟେମ୍ବର ମାସ ୩ ତାରିଖ ଭାଦ୍ରବ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ସେ ଜନ୍ମଗ୍ରହଣ କରିଥିଲେ . ପିତାଂକ ନାମ କବି ରାମଚନ୍ଦ୍ର ଦାସ ଓ ମାତାଂକ ନାମ ଥିଲା ନେତ୍ରମଣୀ ଦେବୀ I ଏକମାତ୍ର ପୁତ୍ର ସନ୍ତାନ ହେତୁ ପିଲାଦିନ ଅତି ବିଳାସ ବ୍ୟସନରେ କଟିଥିଲା Iପିଲାଦିନରୁ ତାଂକର କବିତ୍ୟଭାବ ପ୍ରକାଶ ପାଇଥିଲା Iମାତ୍ର ୧୦ ବର୍ଷ ବୟସରେ ତାଂକର ପ୍ରଥମ ଗୀତି କବିତା `କୁଆଁତାରା ଲିଭିନାହିଁ କିଆଁଲୋ କୁସୁମ ସହି ଶୁଆ ଛାଡ଼ି ଉଠିବସୁ ଚମକି ତୁ ଅଧିରେ ` I ୧୯୩୨-୩୩ ମସିହାରେ କଟକ ଟାଉନ ଭିକ୍ଟୋରିଆ ହାଇସ୍କୁଲରୁ ମ୍ୟାଟ୍ରିକ ପରିକ୍ଷା ଦେଇଥିଲେ .୧୯୩୦-୩୧ ମସିହାରେ ଜୟପୁରର ଗୁଣଗ୍ରାହୀ ମହାରାଜା ଶ୍ରୀ ବିକ୍ରମଦେବ ବର୍ମା ଶ୍ରଦ୍ଧା ସୂଚକ `କିଶୋର କବି ` ଉପାଧି ପ୍ରଦାନ କରିଥିଲେ , ନାଟ୍ୟକଳା୍ର ଅଭିବୃଦ୍ଧି ଦିଗରେ ବିଶେଷ ଅବଦାନ ହେତୁ ୧୯୬୨ ରେ ଏକ ସ୍ୱତନ୍ତ୍ର ଉତ୍ସବରେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ସଦାଶିବ ତ୍ରିପାଠୀ ` ମଞ୍ଚଶ୍ରୀ `ଉପାଧିରେ ବିଭୂଷିତ କରିଥିଲେ . ୧୯୪୫ ରେ ମୟୁରଭଞର ରାଜାସାହେବ ପୂର୍ଣଚନ୍ଦ୍ର ଭଞଦେଓ ତାହାଂକୁ `ଗାୟକ କବି କଳାକାର `ଉପାଧି ପ୍ରଦାନ କରିଥିଲେ ତାଂକର ପ୍ରଥମ ଗୀତିକବିତା ସଂକଳନ ୧୯୩୧ ରେ ପ୍ରକାଶ ପାଇଥିଲା ୧୯୩୩ ମସିହାରେ `ଆମେ ପିଲାଏ ` ନାମକ ଏକ ଶିଶୁ ପତ୍ରିକା ତାଂକ ପ୍ରତିଭାକୁ ମନେ ପକାଏ ଚିତ୍ରକଳା ପ୍ରତି ଆଗ୍ରହ ତାଂକର ପିଲାଦିନରୁ ~ ଚିତ୍ରକରିବା ଓ ବଂଶୀ ବଜାଇବା ଥିଲା ତାଂକର ପିଲାଦିନରୁ ଅଭ୍ୟାସ . ୧୯୩୮ ମସିହାରୁ ନାଟ୍ୟକଳା ପ୍ରତି ଆଗ୍ରହ ହେତୁ ସେ ରାସ ମଣ୍ତଳୀ ଗଠନ କଲେ ଓ ପରେ ନାଟ୍ୟ ସଂସ୍ଥା ଉତ୍କଳ ମିନର୍ଭା ଗଠନ ହେଲା ,ତାରି ଜରିଆରେ ପରିବେଷଣ ହେଲା ସ୍ୱରଚିତ ଓ ନିର୍ଦ୍ଦେଶୀତ ବଂଶୀ ବିନୋଦ ନାଟକ ଓ ରାଇ କିଶୋରି ନାଟକ ା ୧୯୩୯ ମସିହାରେ କଲିକତା ବେତାର କେନ୍ଦ୍ର ଓ ପରେ କଟକ ଆକାଶ ବାଣୀରୁ କାର୍ଯ୍ୟକ୍ରମରେ ଭାଗ ନେବା ଓ ଲୋକ ସଂଗୀତ ବିଭାଗରେ ବିଚାରକ ଭାବେ ତାଂକ କାର୍ଯ୍ୟ ପ୍ରଶଂସନୀୟ ା୧୯୪୦ ମସିହା ବେଳକୁ ମାତ୍ର ୨୪ ବର୍ଷ ବୟସରେ ଜଣେ ପ୍ରମୁଖ ସଂଗୀତକାର ରୁପେ ଗୌରବ ଅର୍ଜନ କରିସାରିଥିଲେ ା ଅନ୍ନପୂର୍ଣା ଏ ଗୃପ ପୁରୀ, ବି ଗୃପ

କଟକ , ଏକାମ୍ର ଥିଏଟର, ଭାରତୀ ଥିଏଟର, କଳାଶ୍ରୀ ଥିଏଟର ଏବଂ ଜନତା ରଂଦମଂଚ ତଥା ଅନେକ ସାସ୍କୃତିକ ଅନୁଷ୍ଠାନରେ ପ୍ରାୟତଃ ୩୦୦ ପୂର୍ଣାଂଗ

ନାଟକରେ ସହସ୍ରାଧିକ ଗୀତରଚନା ଓ ସଂଗୀତ ନିର୍ଦ୍ଦେଶନା ଦେଇ ଓଡ଼ିଆ ମଂଚ ନାଟକକୁ ରୂଦ୍ଧିମନ୍ତ କରିଯାଇଛନ୍ତି ା