ଭୁବନେଶ୍ବର, ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ସାରା ରାଜ୍ୟରୁ ରାଜ୍ୟ ସରକାର ସଟ ଡାଉନ ଓ ଲକି ଡାଉନ ହଟାଇ ଦେଇଛନ୍ତି । ମୁଖ୍ୟତଃ ଛାତ୍ରଛାତ୍ରୀ, ପରୀକ୍ଷା ପରିଚାଳକ ଏବଂ ସ୍କୁଲ କର୍ତ୍ତୃପକ୍ଷ ଠିକଭାବେ ଯାତାୟତ କରିବା ପାଇଁ ଏହି ଘୋଷଣା କରାଯାଇଛି। ଏ ନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଅଫିସରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ କୁହାଯାଇଛି ଯେ, ପର୍ଯ୍ୟାୟ କ୍ରମେ ଦୁଇଥର ଏହି କୋହଳ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ 30 ତାରିଖରୁ ସେପ୍ଟମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି କୋହଳ କରାଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର 12 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ଏହି କଟକଣା ହଟାଇ ଦିଆଯାଇଛି।

ପୂର୍ବରୁ କେବଳ ଯେଉଁ ସହରରେ ପରୀକ୍ଷା ହେବ ସେହି ସହର ପାଇଁ କଟକଣା କୋହଳ ଘୋଷଣା କରାଯାଇଥିଲା।