ପରିଚୟ

edit
 

ପରାଧୀନ ଭାରତ କୁ ମୁକ୍ତ ଆକାଶ ର ବିହଙ୍ଗ ରୂପରେ ସଜାଡି ଦେବାରେ ହେଉ କିମ୍ବା ଉତ୍କଳ ଜନନୀ ର "ବନ୍ଦେ ଉତ୍କଳ ଜନନୀ " ସଂଗୀତ ହେଉ, ସବୁଥିରେ ଭଦ୍ରକ ଜିଲ୍ଲା ର ମହିମା ଅବର୍ଣ୍ଣନୀୟ | ସେଇ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ଜନ୍ମମାଟି ଭଦ୍ରକ Bhadrak ନିବାସୀ ଶ୍ରୀ ଗୌରୀଶ୍ୟାମ ପାଣି ଓ ସ୍ବର୍ଗୀୟ ଶ୍ରୀମତୀ ବିଦ୍ୟୁତପ୍ରଭା ପାଣି ଙ୍କ ଜ୍ଯେଷ୍ଠ ପୁତ୍ର ଶ୍ରୀ ପତିତପାବନ ପାଣି ସୁନାମଧନ୍ୟ KIIT ବୈଷୟିକ ବିଶ୍ୱବିଦ୍ୟାଳୟ ରୁ M. Tech ଶିକ୍ଷା ପ୍ରାପ୍ତ କରି ବର୍ତ୍ତମାନ ବାଙ୍ଗାଲୋର ସ୍ଥିତ ଏକ ଉଚ୍ଚ ପ୍ରତିଷ୍ଠିତ କମ୍ପାନୀ ରେ କାର୍ଯ୍ୟରତ | ପିଲାଟି ଦିନରୁ ଓଡ଼ିଆ ଭାଷା ସାହିତ୍ୟ ରେ ଥିଲା ତାଙ୍କର ଅଗାଧ୍ୟ ରୁଚି | ବ୍ୟସ୍ତ ବହୁଳ ଜୀବନ ର ଅବସର ମୁହୂର୍ତ୍ତ ସେ କଟାନ୍ତି ଓଡ଼ିଆ କବିତା, ଗପ ଓ ଉପନ୍ୟାସ ଲେଖା ରେ | କାଳ୍ପନିକତା ଠାରୁ ଅଧିକ ବାସ୍ତବତା ରେ ବିଶ୍ୱାସ ରଖୁଥିବା ରୁ ତାଙ୍କର ପ୍ରତି ଲେଖା ରେ ସମାଜ ର ବାସ୍ତବତା ର ଝଲକ ଦେଖିବାକୁ ମିଳେ | ଷ୍ଟୋରୀ ମିରର ଓ ପ୍ରତିଲିପି ର ଏକ ନିୟମିତ ଲେଖକ ସହ ନିଜର ଫେସବୁକ ପେଜ୍ "ମୋ ଲେଖନୀ ରୁ ପଦେ " ରେ ଲେଖକଙ୍କର ଓଡ଼ିଆ ସାହିତ୍ୟ ପ୍ରତି ରହିଥିବା ରୁଚି ର ଝଲକ ଦେଖିବାକୁ ମିଳେ | ଓଡ଼ିଆ ସାହିତ୍ୟ କୁ ଦେଉଥିବା ସେବା ସହ ସେ Unicef ପରି ଅନେକ ସଂସ୍ଥା ର ନିୟମିତ ସଦସ୍ୟ ମଧ୍ୟ, ଯେଉଁଥିରେ ଜଡିତ ହୋଇ ସେ ଗରିବ ଓ ଅନାଥ ପିଲାମାନଙ୍କ ସହ ସମୟ କାଟିବା ସହ ସେମାନଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରିଥାନ୍ତି |

ପିଲାଟି ଦିନରୁ ଓଡ଼ିଆ ସାହିତ୍ୟ ଓ ମାତୃଭାଷା ପ୍ରତି ତାଙ୍କର ରହିଥିଲା ଅହେତୁକ ଦୁର୍ବଳତା | ହେଲେ ବୈଷୟିକ ଶିକ୍ଷା ରେ ସମୟ ଅତିବାହିତ କରୁଥିବାରୁ ପୂର୍ଣ୍ଣଛେଦ ପଡିଥିଲା ତାଙ୍କ ଲେଖା ଲେଖି ରେ | ହେଲେ ଚାକରୀ ଜୀବନର ଅବସର ସମୟ ତାଙ୍କୁ ପୁଣିଥରେ ବାଧ୍ୟ କରିଥିଲା ସୁପ୍ତ ଲାଭା ର ଉଦ୍ଗିରଣ କରିବା ପାଇଁ ଓ ପୁଣିଥରେ ଓଡ଼ିଆ ମାତୃଭୂମି ଓ ମାତୃଭାଷା ପାଇଁ ତାଙ୍କର ଥିବା ଦୁର୍ବଳତା ସମସ୍ତଙ୍କ ସାମନା କୁ ଆସିଥିଲା | ବହୁତ କମ ସମୟ ମଧ୍ୟରେ ବହୁତ କିଛି ଗଳ୍ପ, କବିତା ଲୋକଙ୍କ ମଧ୍ୟରେ ଆଦୃତ ହେଇ ପାରିଛି |

ତାଙ୍କ ଲେଖା ର କିଛି ଝଲକ ନିମ୍ନ ଲିଖିତ ଗଳ୍ପ ଓ କବିତା ରୁ ପାଇଁ ପାରିବେ |

1-ଭଦ୍ରକ !

edit

ସବୁଜ ଧାନ କ୍ଷେତ ର ଲହଡ଼ି

ମେଘରେ ମୁହଁ ମାଜୁଥିବା ପାହାଡ଼

ଅସ୍ତଗାମି ସୂର୍ଯ୍ୟ ର ଲୋହିତ ଚଦର

ସମ୍ପ୍ରଦାୟ ର ସମନ୍ଵତା ବିଚଳିତ କରେ ଯେଉଁଠି

ତାର ନାଁ ଭଦ୍ରକ !

ସର୍ବଧର୍ମ ର ସମନ୍ୱୟ ରକ୍ଷା କରି ଆଉ ସେ ଗଣେଶ ପୂଜା, ମହରମ୍ କି

ରାମ ନବମୀ ନାହିଁ ଏଠି

ରାମ ଙ୍କ ସେନା ଠାରୁ ପ୍ରଶାସନ ର ସେନା ଏଠି ଅଧିକ

ଚରଂପା ର ପଥର ଗିଳ କ୍ରସର୍ ଙ୍କ ଆଁ ଭିତରେ

ମରିପଡିଚି ଏଠି ସବୁଜ କ୍ଷେତ

ପାହାଡ଼ର ଛାତି ଚିରି ବୁହା ଚାଲିଛି ଟ୍ରକ ଟ୍ରକ ରକ୍ତ

ଦିନ ଯାକର ନଡ଼ିଆ କଦଳୀ ଖାଇ, ଆଗ ଗାଡ଼ିଆ ର ପାଣି ପିଇ

ଆଖି ବୁଜି ଶୋଇଯାଇଛନ୍ତି ଲୋକନାଥ

ବନ୍ତ ଛକ ରୁ ଶେଷ ଗାଡି ଗଡିଯାଏ

ବିଦେଶ ରୁ ଫେରିଥିବା ପୁଅ କୁ ବିଦାୟ ଦିଏ ବାପ

ମା ମୁହଁ ହେଇଯାଏ ଛଳ ଛଳ

ବହୁ କଷ୍ଟରେ ସେ ରାତି ପାଏ

କାନ୍ଦ କାନ୍ଦ ଦିଶେ ବନ୍ତ ଛକ

ବଙ୍କବାସୁଳି ଙ୍କ ପବିତ୍ର ମଂତ୍ର ରୁ ଏଠି ସକାଳ ଆସେ

ସାଳନ୍ଦୀ କୂଳ ରେ ସମ୍ପର୍କୀୟ ଙ୍କ ବିରହ ର ବତୀ ଜଳେ

ନଈ ପାଣିରେ ଦିଶେ ପ୍ରିୟ ମଣିଷ ର ପ୍ରତିବିମ୍ବ

ହଁ

ଏଇ ଆମ ଭଦ୍ରକ !

ଏ ବିଡମ୍ବନା ର ନାଁ ଭଦ୍ରକ

2-ମୋ ଦେଶ ମହାନ

edit

ଦେଶ ବାହାରେ ଆତଙ୍କବାଦୀ ର ବନ୍ଧୁକ ମୂନ

ଦେଶ ଭିତରେ ଭଦ୍ର ମୁଖା ପିନ୍ଧା ରାକ୍ଷସ ମାନଙ୍କର ଦମନ

ତଥାପି କେମିତି ଲୋକ କୁହନ୍ତି ମୋ ଦେଶ ମହାନ

କାମନା ନିଆଁ ରେ ଏଠି ମଧ୍ୟ ବଳି ପଡେ ଛୋଟ ଛୋଟ ଜୀବନ

ବିରୋଧୀ ଚୁପ ଏଠି ଆଉ ଚାଲେ ଶାସକ ଦଳର ଦମନ

ତଥାପି କେମିତି ଲୋକ କୁହନ୍ତି ମୋ ଦେଶ ମହାନ

ନିଜ ମାତୃଭୂମି ର ସଂସ୍କାର ଭୁଲି ଏଠି ପାଶ୍ଚାତ୍ୟ ସଂସ୍କୃତି ର ଜୟଗାନ

ବୁଢା ବାପ ଟି ଵୃଦ୍ଧାଶ୍ରମ ରେ କାଟେ ତା ଅନ୍ତିମ ଜୀବନ

ତଥାପି କେମିତି ଲୋକ କୁହନ୍ତି ମୋ ଦେଶ ମହାନ

ଦୁର୍ଘଟଣା ପରେ ଲୋକେ ସେଲ୍ଫି ରେ ବ୍ୟସ୍ତ , ଚାଲି ଯାଉଛି କେତେ ଯେ ଅମୁଲ୍ୟ ଜୀବନ

ସରକାରୀ କାର୍ଯ୍ୟାଳୟ ରେ ପୁଣି କେତେ ଯେ ଲାଞ୍ଚ ଆଉ ପ୍ରବଞ୍ଚନ

ତଥାପି କେମିତି ଲୋକ କୁହନ୍ତି ମୋ ଦେଶ ମହାନ

ଧନୀ ଏଠି ହୁଏ ଆହୁରି ଧନବାନ

ଗରିବ କରୁଛି ବିକଳ କ୍ରନ୍ଦନ

ତଥାପି କେମିତି ଲୋକ କୁହନ୍ତି ମୋ ଦେଶ ମହାନ

ରେ ବାଇଆ କାହାକୁ କହିବା ବ୍ୟଥା, ସବୁତ ଏଠି ସମାନ

ଶହେରେ ପରା ଏଠି ଅନେଶତ ବେଇମାନ

ତଥାପି କେମିତି ଲୋକ କୁହନ୍ତି ମୋ ଦେଶ ମହାନ

3-ଅପରୂପା ଲାବଣ୍ୟବତୀ

edit

ତୁ ଦରିଆ ସେପାରିର

ସେଇ ଅପରୂପା ଲାବଣ୍ୟବତୀ

ମୁଁ ମଝି ଟାପୁ ର

ରାଜକୁମାର ଅଭାଗା ଅତି

ଦେଖେ ନୀତି ତୋତେ

ଜାଳୁ ତୁ ସେ ସଞ୍ଜବତୀ

ହେଲେ

ଜାଣିଚି

ମୋ ଅପେକ୍ଷା ସବୁବେଳେ

ବିରହର ଲମ୍ବା ଅବକାଶ

ତଥାପି

ଅମଡା ବାଟର ଅଜଣା ମୁଁ ପଥିକ

ଜାଣେନା ଠିକଣା ମୋର

କାଇଁକି କେଜାଣି ଭାରି ବ୍ୟସ୍ତ ଲାଗେ

ଖୋଜେ ସାଥୀ‌ ତୋହର

4-ଭାଗ୍ୟରେ ଥିଲେ - ଭଦ୍ରକ

edit

ଗାଉଁଲି ହେଲେ କଣ ହବ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ମୋତେ କିଛିଦିନ ତଳେ କହିଲେ ଆଉ ଭଗବାନ ଙ୍କ ଦୟାରୁ ଭଲ ଚାକିରିଟିଏ କଲୁ , ଏବେ ବାହାରେ ରହିଯିବୁ ବୋଧେ !! ଆଉ ବାଙ୍ଗାଲୋର କି ଭୁବନେଶ୍ୱର ରେ ଘର କିଣି ସେଠିକା ବାବୁ ହେଇଯିବୁ | ମୁଁ କହିଲି ହୋଇ ହୋ ସାଙ୍ଗ ଭଦ୍ରକ ପରା ମୋ ଜନ୍ମ ମାଟି ଆଉ ଶେଷ ନିଶ୍ୱାସ ଥିବା ଯାଏ ମୁଁ କଣ ଭଦ୍ରକ ଠାରୁ ଅଲଗା ହେଇ ରହିପାରିବି ?? ମୋ ମା ର ଶେଷ ନିଶ୍ୱାସ ଯେଉଁ ଘରେ ପ୍ରବାହିତ ସେ ଘରକୁ ଛାଡି କଣ ମୁଁ ରହିପାରିବି ?? କେମିତି କଥା କହୁଚ ତୁମେ ??

ମୋର ଏତେ ପ୍ରଶ୍ନ ଶୁଣି ବନ୍ଧୁ ଜଣକ କହିଲେ କଣ ଅଛି ଏ ଭଦ୍ରକ ରେ !!!

ମୁଁ ତ ଏତେ ସହଜରେ ଛାଡିବା ପିଲା ନୁହେଁ , ଆରମ୍ଭ ହେଲା ମୋ ଭାଗ୍ୟରେ ଥିଲେ ଭଦ୍ରକ ଉପାଖ୍ୟାନ -

ମୁଁ ପାଳୁଅ ଲଡୁ ରେ ସନ୍ତୁଷ୍ଟ ହେବା ପିଲା ମୋର ସେ ପିଜ଼ା ବର୍ଗର ରେ ଜମା ଲୋଭ ନାହିଁ ତେଣୁ ମୋର ଭଦ୍ରକ ଛାଡି ଯିବାର ପ୍ରଶ୍ନ ଉଠୁନି | କହିବା ବାହୁଲ୍ୟ ଭଦ୍ରକ ପାଳୁଅ ଲଡୁ ପାଇଁ ପ୍ରସିଦ୍ଧ | କିନ୍ତୁ ହୃଦୟ ର ବ୍ୟଥା ଏହି ଯେ ଆଜିର ଯୁବ ପିଢିଙ୍କ ପାଶ୍ଚାତ୍ୟ ଛାପ ଯୋଗୁଁ ପାଳୁଅ ଲଡୁ ତାର ସଂଜ୍ଞା ହରେଇବାକୁ ବସିଚି | 1993 ମସିହା ଏପ୍ରିଲ 1 ତାରିଖରେ ଯେତେବେଳେ ବାଲେଶ୍ୱର ଠାରୁ ଅଲଗା ହେଲା ଓ ନିଜର ଏକ ସଂଜ୍ଞା ନିରୂପଣ କରିବାକୁ ବାହାରିଲା ସେତେବେଳେ ଏହି ଭଦ୍ରକ ନାମକ ଶିଶୁ କୁ କୋଳେଇ ନେଇଥିଲେ ବାବା ଆଖଣ୍ଡଳମଣି ଆଉ ମା ଭଦ୍ରକାଳୀ | ସାଳନ୍ଦୀ ର କଳ କଳ ନାଦରେ ଧୀରେ ଧୀରେ ବଡ ହେଇ ଆଜି ଯୁବକ ଅବସ୍ଥାରେ ଆମ ଏହି ଜିଲ୍ଲା ଭଦ୍ରକ | ହେଲେ ଭାଗ୍ୟରେ ଥିଲେ ଭଦ୍ରକ ଉଵାଚ ଟି କେବଳ ରାଜନେତା ଆଉ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଉଦିଷ୍ଟ ହେଇ ରହି ଯାଇଚି | ଅନେକ ଐତିହ୍ୟ ବହନ କରୁଥିବା ଏ ଜିଲ୍ଲା ର ଇତିହାସ ଅବର୍ଣ୍ଣନୀୟ ଓ ଅତୁଳନୀୟ | ବହୁତ କମ ବୁଦ୍ଧିଜୀବୀ ଜାଣିଥିବେ ଯେ ଭଦ୍ରକ କୁ ଦ୍ଵିତୀୟ କୋଣାର୍କ କୁହାଯାଏ , ଆଉ ତାର ମୁକ ସାକ୍ଷୀ ହେଉଚନ୍ତି ବିରଞ୍ଚିନାରାୟଣ ମନ୍ଦିର | ଜାଲିୱାନୱାଲବାଗ ର ନାଁ ଶୁଣିଛନ୍ତି ?? ହଁ ପଞ୍ଜାବ ରେ , ହେଲେ ଭଦ୍ରକ ର ଇରମ ହେଉଚି ଦ୍ଵିତୀୟ ଜାଲିୱାନୱାଲବାଗ | ରକ୍ତତୀର୍ଥ ଇରମ , ମୁକ ସାକ୍ଷୀ ହେଇ ଛିଡା ହେଇଚି ଆଜି ଜଣେଇବାକୁ ଯେ ଭଦ୍ରକ ମାଟିର ପୁଅ ଦେଶ ପାଇଁ ଜୀବନ ଦେଇ ବି ପାରେ ଆଉ ଜୀବନ ନେଇ ବି ପାରେ | ହଁ ଆପଣ ମାନେ ଶୁଣିଥିବେ କି ନା ମୁଁ ଜାଣିନି କିନ୍ତୁ ଏଇ ଇରମ ମାଟିର "ପରି ବେୱା " ହେଉଛନ୍ତି ଓଡ଼ିଶାର ଏକ ମାତ୍ର ମହିଳା ସ୍ୱାଧୀନତା ସଂଗ୍ରାମୀ ଯିଏ ଦେଶ ମାତୃକା ର ସେବା ପାଇଁ ନିଜ ଜୀବନ କୁ ବଳି ଦେଇଥିଲେ | ହଁ ସେଇଥି ପାଇଁ ତ କୁହାଯାଏ ଭାଗ୍ୟରେ ଥିଲେ ଭଦ୍ରକ | ସହୀଦ ନଗର ର ଲୁଣିଆ ର ସେ ବନ୍ଧୁକ ଗୁଳିର ଦାଗ ଆଜି ବି ଭଦ୍ରକ ମାଟିର ବୀରପୁତ୍ର ଙ୍କ ବୀରଗାଥା ବହନ କରେ | ହଁ ଏହି ଲୁଣିଆ ମାଟିରୁ ଆରମ୍ଭ ହେଇଥିଲା ମହାତ୍ମା ଗାନ୍ଧୀ ଙ୍କ ଭାରତଛାଡ଼ ଆନ୍ଦୋଳନ ଆଉ ଏ ମାଟି ସେ ସହୀଦ ବରପୁତ୍ର ମାନଙ୍କ ବଳିଦାନ ର ମୁକ ସାକ୍ଷୀ ହୋଇ ଛିଡାହେଇଚି | ହଁ ରାଜନୀତି ଆଉ ପ୍ରଶାସନିକ ସ୍ଥରରେ ଅବହେଳିତ ସତ କିନ୍ତୁ ଭଦ୍ରକ ମାଟିର ଗର୍ବ ଆଉ ଗୌରବ କୁ ସଦର୍ପେ ମୁଣ୍ଡେଇ ରହିଚି |

ଗାନ୍ଧିଜୀ ଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନ ଯେତେବେଳେ ତୀବ୍ର ରୂପ ନେଉଥିଲା ସେତେବେଳେ ବ୍ରିଟିଶ ଶାସନାଧୀନ ଭଣ୍ଡାରିପୋଖରୀ ଥାନା ରେ 5000 ଲୋକ ପଶି ଥାନା ରେ ନିଆଁ ଲଗେଇବାକୁ ଡ଼ରିନଥିଲେ ଆଉ ବ୍ରିଟିଶ ସରକାର କୁ ଉପକୂଳ ଓଡ଼ିଶାରେ ତାହାଥିଲା ଏକ ଶକ୍ତ ଧକ୍କା | ଆଜି ଓଡ଼ିଶାରେ ଜାତୀୟ ସଂଗୀତ ର ସ୍ୱୀକୃତି ଲାଭ କରିଥିବା "ବନ୍ଦେ ଉତ୍କଳ ଜନନୀ" , ଯାହାକୁ ଶୁଣିଲେ ତନ-ମନ-ପ୍ରାଣ ଆନନ୍ଦ ରେ ଭରି ଉଠେ | ରଚୟିତା ହେଉଚନ୍ତି ଭଦ୍ରକ ମାଟିର ବରପୁତ୍ର ମହାନ କାନ୍ତ କବି "ଲକ୍ଷ୍ମୀକାନ୍ତ ମହାପାତ୍ର" | ସେଇଥି ପାଇଁ ତ ଭାଗ୍ୟରେ ଥିଲେ ଭଦ୍ରକ | ହରେକୃଷ୍ଣ ମହତାବ - ଅତି ପରିଚିତ ନାଁ ଟିଏ | ହଁ ସେ ହେଉଛନ୍ତି ଓଡିଶା ର ପ୍ରଥମ ମୁଖ୍ୟମନ୍ତ୍ରୀ , ଆଧୁନିକ ଓଡ଼ିଶା ଭବିଷ୍ୟତ ର ରଚୟିତା କହିଲେ ଅତ୍ୟୁକ୍ତି ହେବନାହିଁ | ଏଇ ଭଦ୍ରକ ମାଟିର ସନ୍ତାନ ସେ , ତେଣୁ ମୁଁ କଣ ଭାଗ୍ୟବାନ ନୁହେଁ କି ଏ ମାଟି ରେ ଜନ୍ମ ନେଇ !! ଭଦ୍ରକ ମାଟି ପରା ମହତାବ ଆଉ ନୀଳମଣି ରାଉତରାୟ ଙ୍କ ପରି ଦୁଇ ଦୁଇଟି ମୁଖ୍ୟମନ୍ତ୍ରୀ ଦେଇଚି ଓଡିଶା କୁ | ତେଣୁ ହେ ସାଙ୍ଗ ମନେ ରଖ ଏ ମାଟିର ମହତ୍ୱ ଅନେକ |

ପରିବହନ ଓ ବାଣିଜ୍ୟ ପାଇଁ ଧାମରା ବନ୍ଦର , ହଁ ଏସିଆ ମହାଦେଶର ଦ୍ଵିତୀୟ ସର୍ବବୃହତ ବନ୍ଦର | ଏଇ ଭଦ୍ରକ ମାଟିରେ | ତେଣୁ ଆଗାମୀ ଦିନରେ ଯେ ଭଦ୍ରକ ଓଡିଶା ମାନଚିତ୍ର ରେ ଏକ ଵାଣିଜ୍ୟକ ରାଜଧାନୀ ରୂପେ ପରିଗଣିତ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ| ହଁ ମୋର ଆଶା ଧାମରା ବନ୍ଦର ଉପେକ୍ଷିତ ଅବସ୍ଥାରେ ରହିଯିବନି | ଭାଗ୍ୟରେ ଥିଲେ ଭଦ୍ରକ ରୁ ଯେମିତି ଏହା ନାହିଁ ନାହିଁ ର ଭଦ୍ରକ ନ ହେଇଯାଉ |

ସବୁ କହିସାରିଲା ପରେ ଯଦି ଭଦ୍ରକ ର ଭାଇଚାରା ବିଷୟରେ ନ କହିବି ତାହେଲେ ଭାଗ୍ୟରେ ଥିଲେ ଭଦ୍ରକ ଉଵାଚ ଟି ଅସମ୍ପୂର୍ଣ୍ଣ ରହିଯିବ ଯେ !! ହଁ ଏଠି ଦୁର୍ଗା ପୂଜା ବି ହୁଏ ଆଉ ରମଜାନ ବି | ଏକା ଗଳି ରୁ ବୁଢା ଗଣେଶ ଙ୍କ ମେଢ଼ ଉଠେ ଆଉ ସେଇ ଏକା ଗଳି ରୁ ତାଜିଆ ବି ବାହାରେ | ଏଠି ଲୋକେ ନବରାତ୍ର ପୂଜା ବି କରନ୍ତି ଆଉ ରୋଜା ବି ରଖନ୍ତି | ତେଣୁ ହେ ସାଙ୍ଗ ଏ ମହାନ ମାଟି କୁ ଛାଡି ଅନ୍ୟଗତି ର ପ୍ରଶ୍ନ ଉଠୁନାହିଁ | ମାତୃଭୂମି ମାତୃଭାଷାରେ ଯାହାର ମମତା ନାହିଁ ତାକୁ ଯଦି ଜ୍ଞାନୀ ଗଣାରେ ଗଣିବା ଅଜ୍ଞାନୀ ରହିବେ କାହିଁ |

5-ଅମାନିଆ_ସମୟ

edit

ଏ ସମୟ ଟା ବହୁତ ଅମାନିଆ !!

ଯେତେ ଜାବୁଡି ଧରିଲେ ବି ସେ ଅଟକି ରହେନା !!

ଏଇତ ମନେ ପଡ଼େ ସେ ପିଲାଦିନ !!

ସେ ଅବୁଝା ଆଉ ଅମାନିଆ ମନ !!

ମାଟି ଖଡ଼ି ଆଉ ସିଲଟ ର ବ୍ୟବହାର ଛାଡି ଧରା ହୁଏ ରଫ ଖାତା !!

ଆଉ ବଡ ହୋଇ ଏ ରଫ ଖାତା ରୁ ମନ ଫେରେ ସେ କାଦୁଅ ରାସ୍ତା ଆଉ ପବନ ରେ ଓଲଟି ପଡ଼ିଥିବା ଛତା !!

ସେ ପ୍ରଥମ ସାଇକେଲ ଚଲା ର ଅନୁଭୂତି !!

ଆଉ ପକେଟ ଖର୍ଚ ପାଈଁ ମାଆ ପାଖରେ କାକୁତି ମିନତି !!

ସାଙ୍ଗ ସାଥୀ ସହ କ୍ରିକେଟ ଖେଳ !!

ଗାଁ ର ରଜ ଦୋଳି ଆଉ ରଙ୍ଗ ଖେଳ !!

କାହିଁ କେବେ ଏ ସମୟ ର ଚକ ଗଡ଼ିଗଲା !!

ଶୀତ ଆସିଲେ କାଶତଣ୍ଡୀ ର ସମ୍ଭାର ପରି

ବୟସ ସହ ସାମାଜିକ ମୂଲ୍ୟବୋଧ ର ଦାୟିତ୍ୱ ଆସିଗଲା !!

ହଁ !!!

ଏ ସମୟ ଟା ବହୁତ ଅମାନିଆ !!

ଯେତେ ଜାବୁଡି ଧରିଲେ ବି ସେ ଅଟକି ରହେନା !!

ମନ ହୁଏ ଚାଲ ଆଉଥରେ ପିଲା ହେଇଯିବା !!

ବାଲି ରେ ଘର କରିବା, ମିଛ ଭାତ ଡାଲି କରିବା !!

ପାହାଡ ପାଣି ଖେଳିବା, ବଂଶୀ ରେ ମାଛ ଧରିବା !!

ନିଜ ନାଁ ଲେଖିବା ଶିଖୁ ଶିଖୁ ଆଜି ମୁଁ ମନ କଥା ଲେଖିବା ଶିଖିଗଲି !!

ମୁଁ କବି ନୁହେଁ, ଖାଲି ମନ କଥା କୁ ଲେଖି ପକାଏ !!

ମୁଁ ଅଲୋଡ଼ା ଏକ ହସ ର ପରିକଳ୍ପନା ଟେ

ଆଶାର ଅସାର ସାଗର ରେ ଭାସି ବୁଲୁଥାଏ !!

ଶତାବ୍ଦୀ ପୁରୁଣା କାହାଣୀଟିଏ

କେହି ଦେଖେ କେବେ ପଢେ ନାହିଁ

ମୁଁ ଅନ୍ଧାର ଆକାଶ ରା ଛୋଟ ମେରୁ ତାରା ଟିଏ !!

କେବେ କଳା ବାଦଲ ଲୁଚେଇ ଦିଏ

ଆଉ କେବେ ଜନ୍ହ ଆଲୋକ ହଜେଇ ଦିଏ !!

ହଁ !!!

ଏ ସମୟ ଟା ବହୁତ ଅମାନିଆ !!


ଏମିତି ଆହୁରି ଅନେକ ଲେଖା | ଭଗବାନ କରନ୍ତୁ ସେ ଏମିତି ଆହୁରି ଅନେକ ଲେଖା ଲେଖନ୍ତୁ ନିଜ ମାତୃଭୂମି ଓ ମାତୃଭାଷା ପାଇଁ | ଓଡ଼ିଆ ସାହିତ୍ୟ ତାଙ୍କ ଲେଖନୀ ମୁନରେ ରୁଦ୍ଧିମନ୍ତ ହେଉ ଏତିକି କାମନା