ରଜ ପର୍ବ - ଆସନ୍ତୁ ଜାଣିବା ଓ ଆମ ପିଲାଙ୍କୁ ଜଣେଇବା ଏହାର ମହତ୍ୱ ଓ ସାମାଜିକ ଭୂମିକା
- ରଜ ପର୍ବ - ଜାତି ବର୍ଣ ମତ ପନ୍ଥ ନିର୍ବିଶେଷରେ ପାଳିତ ହେଉଥିବା ପ୍ରତ୍ୟକ #ଓଡ଼ିଆଙ୍କ #ସମରସତା ଓ #ନାରୀସମ୍ମାନ ର ଗଣ ପର୍ବ।
ରଜ ପର୍ବ ହେଉଛି ପ୍ରାୟତଃ ଏକ #କୃଷିଭିତ୍ତିକ ପର୍ବ। ଏହା ପ୍ରତ୍ୟକ ଓଡ଼ିଆଙ୍କ #ଲୋକକଥା ଓ ସଂସ୍କୃତି ର ପରିଚୟ। ଆବାହନ କାଳରୁ #ଛୁଆଁଅଛୁଆଁ , #ସବର୍ଣ୍ଣଅସବର୍ଣ, #ଦଳିତବନବାସୀର ବନ୍ଧନ କୁ ଭାଙ୍ଗି ରଜ ପର୍ବ ସବୁ ଓଡ଼ିଆଙ୍କୁ ଏକସୂତ୍ର ରେ ବାନ୍ଧି ଗାଁ ଗାଁ ରେ ସାମାଜିକ ଏକତାର ପରିଚୟ ଦିଏ। ନାରୀ ସମ୍ମାନ, ସଶକ୍ତିକରଣ ଓ ସ୍ୱାଧୀନତାର ପର୍ବ ଭାବେ ଏହା ପ୍ରତ୍ୟକ ଓଡ଼ିଆଣି ଙ୍କ ସବୁଠୁ ଅପେକ୍ଷିତ ପର୍ବ ।ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ଏହିପର୍ବ ।
ସେହିପରି ପୁରୁଷ ଙ୍କ ପାଇଁ ଏହା ଶକ୍ତି, ସାମର୍ଥ୍ୟ , ସୌନ୍ଦର୍ଯ୍ୟ ଓ ଭାଇଚାରା ର ପର୍ବ ହୋଇଥାଏ। ପ୍ରତି ଗାଁ ରେ ଏହି ଚାରିଦିନ ଯୁବକ ମାନେ କବାଡି, ବାଗୁଡି ଆଦି ଖେଳଖେଳନ୍ତି। ବହୁ ସ୍ଥାନରେ ପ୍ରତିଯୋଗିତା କବାଡି ଖେଳ ଅନୁଷ୍ଠିତ ହୁଏ ଓ ସେଥିପାଇଁ ପୁରସ୍କାର ସ୍ୱରୂପ ଖାସି ବା ଗଞ୍ଜା ର ବ୍ୟବସ୍ଥା ହୋଇଥାଏ।
ସେହିପରି କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ଏକ ଶିକ୍ଷା ପ୍ରଦାୟନି ପର୍ବ । ବଡ଼ି ଭୋରୁ ଉଠି ଏମାନେ ପାଦରେ ଅଳତା, ମଥା ରେ କୁକୁମ, ଓ ହାତରେ ମେହେନ୍ଦୀ ଆଦି ବିଭିନ ଚିତ୍ର କରି ନୂତନ ବସ୍ତ୍ର ରେ ସଜବାଜ ହୁଅନ୍ତି ଓ ରଜ ଦୋଳି ଖେଳନ୍ତି। କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାରସଂହିତା ତାକୁ ସହାୟ ହୋଇଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି ।
ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳ ଖେଳନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ #ଦୋଳି ଖେଳ, #ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ନ ଚାଲି କଦଳୀ ପାଟୁଙ୍ଗା / ପତ୍ର/ ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି ।
ରଜ ଓଡ଼ିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ପର୍ବ ମୁଖ୍ୟତଃ ତିନିଦିନ ପାଳନ ହେଉଥିଲେ ମଧ୍ୟ ପ୍ରାୟ ଏହାର ପ୍ରଭାବ ଚାରି ଦିନ ଧରି ରହିଥାଏ। ରଜର ପୂର୍ବ ଦିନକୁ ସଜବାଜ ଓ ପ୍ରଥମ ଦିନକୁ ପହିଲି ରଜ, ମଝି ଦିନକୁ ରଜ ସଂକ୍ରାନ୍ତି ଓ ଶେଷ ଦିନ କୁ ବସୁମତୀ ସ୍ନାନ କୁହାଯାଏ । ତାପର ଦିନ କୁ ବାସୀ ରଜ କୁହାଯାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ।
ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା #ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ #ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଲୋକକଥା ରୁ ଜଣାପଡେ ଯେ ଏହି ଚାରି ଦିନ କୌଣସି ନାରୀ ଧରିତ୍ରୀ ମାତାଙ୍କୁ ଖାଲି ପାଦରେ ସ୍ପର୍ଶ କରନ୍ତି ନାହିଁ । କିମ୍ବା ଭୂମି ଉପରେ ଖାଲି ଶୁଅନ୍ତି ନାହିଁ। ରୌଦ୍ର ତାପରେ ଦଗ୍ଧ ହେଉଥିବା ଧରିତ୍ରୀ ମା ପ୍ରାକ ମୌସମୀର ପହିଲି ସ୍ପର୍ଶରେ ଲଜ୍ଜାଶୀଳ ବା ରଜସ୍ୱଳା ହୁଏ। ରଜସ୍ଵଳା ନାରୀ ୪ଦିନ ଅସ୍ପର୍ଶ ରହିଲା ପରି ମାଟି ମା ବସୁଧା ମାତା କୁ ଅକ୍ଷତ ଓ ଅସ୍ପୁର୍ଶ୍ୟ ରଖାଯାଏ । ସେଥିପାଇଁ ଏହି ଚାରି ଦିନରେ କୌଣସି କୃଷି କାର୍ଯ୍ୟ ବା ହଳ ଲଙ୍ଗଳ କାମ ହୁଏ ନାହିଁ କିମ୍ବା ଧରିତ୍ରୀ ମାତା କୁ ଖାଲି ପାଦରେ ସ୍ପର୍ଶ କରାଯାଏ ନାହିଁ।
ଧରିତ୍ରୀ ମାତା ପହିଲି ବର୍ଷାର ପହିଲି ସ୍ପର୍ଶ ରେ ରଜସ୍ରାବିତ ହୋଇ ନିଜ ସନ୍ତାନ ପାଇଁ ଶସ୍ୟ ଉତ୍ପାଦନକ୍ଷମତା ପ୍ରାପ୍ତ ହୁଏ।ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ।
ସମାଜର ମୁଖ୍ୟ ଅର୍ଥନୀତି କୃଷି ହୋଇଥିବାରୁ , ଚାଷ କାର୍ଯ୍ୟ ଭଲ ଓ ଫସଲ ଅତ୍ୟଧିକ ଅମଳ ହେବା ଲକ୍ଷରେ ପ୍ରତ୍ୟକ ଚାଷୀ ଧରିତ୍ରୀ ମା କୁ ପୂଜା କରିଥାଏ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି। ଆଷାଢ ମାସ #ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ । ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା'ନ୍ତି ।ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ଗ୍ରହଣ କରାଯାଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ଚାରିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି
- ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।ଏହି ରଜ ମହୋତ୍ସବକୁ ଓଡ଼ିଆ ଜାତିର ଜାତୀୟ ମହୋତ୍ସବ କହିଲେ ଅତ୍ୟୁକ୍ତି ହେବନାହିଁ ।
କିମ୍ବଦନ୍ତୀ ଅନୁସାରେ ରଜ ହେଉଛି ବହୁ ପୁରାତନ ଓ ସାର୍ବଜନୀନ ପର୍ବ। ପ୍ରାଚୀନକାଳରୁ ଏହି ମହୋତ୍ସବ ସାମାଜିକ ସମରସତା ଓ ସାମୂହିକତାର ସ୍ୱର ବହନ କରି ଓଡ଼ିଆ ଜାତିକୁ ଆନନ୍ଦ, ଉଲ୍ଲାସ, ଉଦ୍ଦିପନା ତଥା ସ୍ୱଜାତ୍ୟାଭିମାନର ପ୍ରେରଣା ପ୍ରଦାନ କରି ଆସିଛି । ରଜ ମହୋତ୍ସବ ଅବସରରେ ଅଗଣିତ ଓଡ଼ିଆ ନିଜ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସ୍ୱାଭିମାନରେ ଭାବାତ୍ମକ, ଚେତନାତ୍ମକ ଐକ୍ୟର ଗୌରବରେ ଉଲ୍ଲସିତ ହୋଇ ଥାଆନ୍ତି ।
ଜ୍ୟୋତିଷ ଶାସ୍ତ୍ର ଆନୁସାରେ ସୂର୍ଯ୍ୟ ବୃଷରାଶିକୁ ତ୍ୟାଗକରି ଯେଉଁ ଦିନ ମିଥୁନ ରାଶିରେ ପ୍ରବେଶ କରି ତା ପର ଦିନକୁ ମିଶାଇ ମୋଟ ତିନିଦିନ ରଜପର୍ବ ପାଳନ କରାଯାଏ । ମୃଗଶିରା ନକ୍ଷେତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ରଜ କୁହାଯାଉଥିବା ବେଳେ ଧର୍ମଶାସ୍ତ୍ରନୁସାରେ କୌଣସି ନାରୀର ଋତୁସ୍ରାବ ପ୍ରଥମ ତିନିଦିନ ଯଥାକ୍ରମେ- ଚାଣ୍ଡାଳି, ବ୍ରହ୍ମଘାତିନୀ, ଓ ରଜକୀ ହୋଇଥାଏ । ଚତୁର୍ଥ ଦିନରେ ଶୂଦ୍ରା ଓ ପଞ୍ଚମ ଦିନରେ ରମଣ ଯୋଗ୍ୟ ହୋଇଥାଏ । ତେଣୁ ରଜ ପର୍ବ ଏହି ଭାବେ ମଧ୍ୟ ପାଳନ କରାଯାଏ । ଶ୍ରୀମନ୍ଦିରରେ ସପ୍ତାବରଣ ମୃତ୍ତି ମଧ୍ୟରେ ଭୂଦେବୀ ବା ମାଟି ଦେବୀ ଥିବାରୁ ଏଥିରେ ମଧ୍ୟ ଖୁବ ରୀତିନୀତି ସହ ରଜପର୍ବ ପାଳନ କରାଯାଇଥାଏ । ଏହି ସମୟରେ ଅନେକ ସ୍ଥାନରେ ଗୀତା- ଭାଗବତ ପାଠ ପାରାୟଣ ପ୍ରବଚନ ପ୍ରଭୁତି ଅନୁଷ୍ଠିତ ହୋଇଥାଏ ।
ଏହି ପର୍ବ ମାତୃ ଶକ୍ତି ଉପାସନା ପାଇଁ ଉଦ୍ଦିଷ୍ଟ । ଓଡ଼ିଶାର ବିଭିନ୍ନ ଶକ୍ତି ପୀଠ ରେ ଏହି ଦିନ ପୂଜା ଅର୍ଚନା କରି ଦେବି ଆରାଧନା କରାଯାଏ। ଝଂକଡ଼ରେ ଦେବୀ #ସାରଳା, ଯାଜପୁରରେ ଦେବୀ #ବିରଜା, ବାଙ୍କୀରେ ଦେବୀ #ଚର୍ଚ୍ଚିକା, ଚୌଷଠି ଯୋଗିନୀ ଆଦି ବିଭିନ୍ନ ଦେବୀପୀଠ ରେ ଲୋକ ସମାଗମ ହୁଏ ।
ଓଡ଼ିଶାର ବିଭିନ୍ନ ଆଞ୍ଚଳରେ ଏହି ପର୍ବ ଭିନ୍ନ ଢଙ୍ଗରେ ପାଳନ କରାଯାଏ । କିନ୍ତୁ ଏ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଝିଅ ମାନଙ୍କର ଦୋଳି ଖେଳ ଓ ପୁଅ ମାନଙ୍କର କବାଡ଼ି ଖେଳ। ସେହିପରି ବୟସ୍କ ମାନଙ୍କର #ତାସ, #ଲୁଡୁ ଖେଳ ସହିତ ଘରେ ଘରେ ନାରୀ ମାନଙ୍କ ପିଠା ପଣାର ମହକ।
- ବନବାସୀ କ୍ଷେତ୍ରରେ ରଜ ପର୍ବ ଆହୁରି ଧୁମଧାମରେ ପାଳନ ହୁଏ। ଏଠାରେ ବିଭିନ୍ନ ପ୍ରକାର ଦୋଳି ବନ୍ଧାଯିବା ପରେ ପ୍ରଥମେ ଗାଁ ଦେହୁରି ବା ପୂଜକ ନିହାଣ ବାରିସି ଆଦି ଦୋଳିରେ ରଖି ଏହାକୁ ଅଢେଇବେଣ୍ଟ ଝୁଲାଇଥାନ୍ତି । ପ୍ରଥମେ ନୀହାର ବାରିସିକୁ ଝୁଲାଇବା ଦ୍ଵାରା ସ୍ଵର୍ଗର ଶିଳ୍ପ ବିଶ୍ଵକର୍ମାଙ୍କ ପ୍ରତି ସମ୍ମାନ ଜଣାଇ ସେମାନେ ଗୀତରେ ଗୀତରେ ଦୋଳି ଖେଳରେ ମଜ୍ଜିଯାନ୍ତି । ଶବର- ଶବରଣୀ ନାଚ ହୁଏ । ନୃତ୍ୟରେ ଶବର ତାର ଆରାଧ ଦେବତା ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମ୍ମାନ ଜଣାଏ । ଆଦିବାସୀମାନଙ୍କ ଗଭୀର ବିଶ୍ଵାସଯେ ମା ସୀତା ଏହିଦିନ ଗର୍ଭବତୀ ହୋଇଥିଲେ । ତେଣୁ ସ୍ଥାନୀୟ #ଶବର ନୃତ୍ୟ ମାଧ୍ୟମରେ ଆର୍ଯ୍ୟଦେବତା ଓ ଆର୍ଯ୍ୟ ସଂସ୍କୃତିକୁ ସମ୍ମାନ ଜଣାଏ । ଶବରୁଣୀ ଶବରକୁ କୃଷି କର୍ମରେ ତତ୍ପର ଦେବାକୁ ପରବାର୍ତ୍ତାଏ । ଶେଷରେ ଆଶ୍ରୁଳ ଆଖିରେ ସମସ୍ତେ ରଜକୁ ବିଦାୟ ଦିଅନ୍ତି ।
ରଜପର୍ବର ଆଉ ଏକ ମୁଖ୍ୟ ଆକର୍ଷଣ ଓ ପରିଚୟ ହେଉଛି ଘରେ ଘରେ ରଜ #ପାନ, #ମାଂସଝୋଳ ଓ #ପୋଡ଼ପିଠା ର ସୁସ୍ୱାଦୁ ବ୍ୟଞ୍ଜନ। ଏଗୁଡିକ ବିନା ରଜ ପର୍ବର ମହକ ଜଣା ପଡେନା।
ରଜଗୀତ ଏହି ପର୍ବରେ ବୋଲାଯାଉଥିବା ଜଣାଶୁଣା ଲୋକଗୀତ ଯାହା ପ୍ରତ୍ୟକ ଓଡ଼ିଆଙ୍କ ମୁଖନିଃସୃତ ଗୁଣୁ ଗୁଣୁ ଗୀତ। ଦୋଳି ଖେଳରେ ଝିଅ ମାନେ ଏହି ଗୀତ ବୋଲନ୍ତି।
“ #ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ ॥
ରଜ ଦୋଳି କଟ କଟ, ମୋ ଭାଇ ମଥାରେ ସୁନା-ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ ॥
ଲର୍ଡ଼ #ମ୍ୟାକୁଲେ ଶିକ୍ଷା ପଦ୍ଧତି ଓ #ପାଶ୍ଚାତ୍ୟ ସଭ୍ୟତା କୁ ନିଜର ଆଦର୍ଶ ମଣୁଥିବା କିଛି ତଥାକଥିତ ବୁଦ୍ଧିଜୀବୀ ଓ ଆଧୁନିକବାଦୀଙ୍କ ଚିନ୍ତାଧାରାରେ ରଜ ପର୍ବ ଆଜି ମଳିନ। ସମୟର କଷଟି ପଥରରେ ଘୋରି ହୋଇ ଲୁପ୍ତ ହେବାକୁ ବସିଲାଣି ପୁରାତନର ମଧୁମୟ ସଂସ୍କୃତି । ଆଧୁନିକତାର କୃତ୍ରିମ ମହକରେ ବିମୋହିତ ହୋଇ ଭୁଲି ଗଲୁଣି ବୈଦିକ ପରମ୍ପରାର ମୌଳିକତା ଓ ଆତ୍ମୀୟତାକୁ । ଗ୍ରହଣ କରି ନେଲୁଣି ପାଶ୍ଚାତ୍ୟର ରଙ୍ଗରସର ରଙ୍ଗିନ ସଂସ୍କୃତିକୁ । ସମୟ ଆସିଛି ପୁଣି ସେହି ପାରମ୍ପରିକ ରଜ ମହୋତ୍ସବକୁ ସିଂହାବଲୋକନ କରିବା ପାଇଁ । ଆମକୁ ସବୁଦିନ ପାଇଁ ମନେରଖିବାକୁ ପଡ଼ିବ ଆମ ସଂସ୍କୃତିର ସ୍ୱତନ୍ତ୍ରତା, ସ୍ୱାବଲମ୍ବନତା ଓ ପ୍ରାଚୀନତାକୁ ।
ଆମ #ଉତ୍କଳୀୟ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ହେଉଛି ଆମ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରମୁଖ କର୍ତ୍ତବ୍ୟ ।
ହଁ / ନା ?????
ବିଚାର ଆପଣଙ୍କର..........
ଶ୍ରୀ ମାନସ #ବୈରିଶଲ୍ୟ ଭାରତ ମାତା କୀ ଜୟ
ଭଲ ଲାଗିଲେ ମନ୍ତବ୍ୟ ଦେବେ ଓ ସଚେତନତା ପାଇଁ ଅନ୍ୟକୁ ପଠାଇବେ
Start a discussion with Manas Bairisalya
Talk pages are where people discuss how to make content on Wikipedia the best that it can be. Start a new discussion to connect and collaborate with Manas Bairisalya. What you say here will be public for others to see.